
ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି ।
ସୂଚନା ଅନୁସାରେ, ଡୋଲିଆମ୍ବ ଗାଁର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜୀକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ମାତ୍ର ଏଥିପାଇଁ ମହିଳା ଆରଆଇ ଜଣଙ୍କ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଜୟରାମ ଏନେଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ ।
ତେବେ ଆଜି ୧୦ ହଜାର ଟଙ୍କା ନେଇ ଜୟରାମ ମହିଳା ଆରଆଇଙ୍କ ପାଖକୁ ଯାଇଥିଲେ । ଠିକ ଏହି ସମୟପରେ ଭିଜିଲାନ୍ସର ୬ ଜଣିଆ ଟିମ୍ ସେଠାରେ ପହଞ୍ଚିଥିଲେ । ଫଳରେ ମହିଳା ଆରଆଇଙ୍କୁ ଧରିଥିଲେ । ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଖୋଳତାଡ ମଧ୍ୟ ଜାରି ରଖିଛି ।

