ବିଏମ୍‌ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବିଏମ୍‌ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବିଏମ୍‌ସି କାର୍ଯ୍ୟାଳୟରେ ଦିନକରେ ୨୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଟେଷ୍ଟିଂ କରାଯାଇଥିବା ନମୁନାରୁ ୨୨ ଜଣ ପଜିଟିଭ୍ ଟିହ୍ନଟ ହୋଇଛନ୍ତି । 

ସେହିପରି ଅନ୍ୟ ସମସ୍ତ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ବିଏମ୍‌ସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସମ୍ପୂଣ୍ଣ ଅଞ୍ଚଳକୁ ସାନିଟାଇଜ କରାଯାଇଛି । 

ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି । ଆଜି ୩ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା । ସେହିପରି ଭୁବନେଶ୍ୱରରୁ ମଧ୍ୟ ଅଧିକାଂଶ ସଂକ୍ରମିତ ରହୁଛନ୍ତି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଏମସି ପକ୍ଷରୁ ୧୦୦ରୁ ଉର୍ଦ୍ଧ୍ୱ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *