ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଆସନ୍ତା ୧୫ ତାରିଖରେ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ମଧ୍ୟରେ ବୈଠକ ହେବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମଧ୍ୟ ଯୋଗ ଦେବେ। ଏଥିରେ ନିର୍ବାଚନର ସୁପରିଚାଳନା ନେଇ ଆଲୋଚନା ହେବ । ଗତକାଲି ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ତାରିଖ ଘୋଷଣା କରିବା ସହିତ ଆଦର୍ଶ ଆଚରଣବିଧୀ ମଧ୍ୟ ଲାଗୁ କରିଛନ୍ତି। 

ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ ୫ ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥି ନେଇ ଜାନୁଆରୀ ୧୩ରେ ବିଧିବଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିବା ନିର୍ବାଚନ ଆୟୋଗ। ଜାନୁଆରି ୧୭ରୁ ୨୧ ମଧ୍ୟରେ ମନୋନୟନ ପତ୍ର ଦାଖଲ କରାଯିବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ମଧ୍ୟାନ ୧ଟା ପର୍ଯ୍ୟନ୍ତ ଚାଲିବ। 

ପ୍ରଥମ ଥର ପାଇଁ ବ୍ଲକ୍‌ରେ ଭୋଟ୍ ଗଣତି ହେଉଥିବା ବେଳେ ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ। ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ମତଦା‌ତା ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବେ।

Leave a Reply

Your email address will not be published. Required fields are marked *