ପୁରୀର ୨୮ ବର୍ଷୀୟ ଯୁବକ ହ୍ୱିଲ୍‌-ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିଲୋମିଟର ଯାତ୍ରା କରି ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି

ପୁରୀର ୨୮ ବର୍ଷୀୟ ଯୁବକ ହ୍ୱିଲ୍‌-ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିଲୋମିଟର ଯାତ୍ରା କରି ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି

ଦିବ୍ୟାଙ୍ଗ ଯୁବକଙ୍କର ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ । ହ୍ୱିଲ୍‌-ଚେୟାରରେ ୨୪ ଘଣ୍ଟା ମଧ୍ୟରେ ୨୧୫.୪ କିଲୋମିଟର ଯାତ୍ରା କରି ଏହି ରେକର୍ଡ କରିଛନ୍ତି ପୁରୀର ୨୮ ବର୍ଷୀୟ ଯୁବକ କମଳାକାନ୍ତ ନାୟକ ।

ଶନିବାର ଠାରୁ ଭୁବନେଶ୍ୱର ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଥିବା ସାଇକେଲ ଟ୍ରାକରେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ । 

ରାଜମହଲରୁ ମାଷ୍ଟରକ୍ୟାଣ୍ଟିନର ଦୂରତା ୧୧୪୦ ମିଟର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେ ୧୬୧ ଥର ଯିବା ଆସିବା କରିସାରିଲେଣି ।

ଅର୍ଥାତ କମଳାକାନ୍ତ ସମୁଦାୟ ୧୮୩.୫୪ କିଲୋମିଟର ଅତିକ୍ରମ କରିଛନ୍ତି । ସୂଚନା ଅନୁସାରେ ହ୍ୱିଲ୍‌-ଚେୟାରରେ ୨୪ ଘଣ୍ଟାରେ ସେ ସର୍ବାଧିକ ଦୂରତା ଅତିକ୍ରମ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଁ ନିଆରା ପ୍ରୟାସ ଆରମ୍ଭ କରିଥିଲେ ପୁରୀ ଜିଲ୍ଲାର ଦିବ୍ୟାଙ୍କ କମଳାକାନ୍ତ ନାୟକ ।

Leave a Reply

Your email address will not be published. Required fields are marked *