
ନୂଆପଡା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ ଆତଙ୍କ । ଗାଈକୁ ଟାଣିନେଲା ଓ ରକ୍ତ ଶୋଷି ନେଲା ମହାବଳ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ସୂଚନା ଅନୁସାରେ, ରବିବାର ସକାଳ ୭ଟାରେ ଧରମବନ୍ଧା ଓ ତୋରା ଗାଁ ମଝିରେ କୁଟରେଙ୍ଗାପଡାର ଅଗିନ ମାଝୀ ଗାଈ ଚରାଇବାକୁ ଜଙ୍ଗଳକୁ ନେଇଥିଲେ । ଏହି ସମୟରେ ଗାଣ ମୁଣ୍ଡକୁ ଏକ ବାଘ ହଠାତ ଚାଲି ଆସିଥିଲା ।
ଗାଈର ତଣ୍ଟିକୁ ଧରି ପକାଇଥିଲା ମହାବଳ । ଏହାସହିତ ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ମାତ୍ର ଗାଈଟିର ମୃତ୍ୟୁ ହୋଇଯାଇଥିଲା ।
ସେପଟେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।