ମାଓ ଦମନ ରଣନୀତି ନେଇ  ପୋଲିସ ଡିଜି ସୁନୀଲ ବଂଶଲଙ୍କ  ନୂଆପଡା ଗସ୍ତ

ମାଓ ଦମନ ରଣନୀତି ନେଇ ପୋଲିସ ଡିଜି ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ

ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । ମହାନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ପ୍ରଥମ ଥର କରି ସେ ନୂଆପଡା ଗସ୍ତରେ ଯାଇଥିଲେ । ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । 

ସୂଚନା ଅନୁସାରେ, ରବିବାର ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ । ପ୍ରଥମେ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏସପି ଅଫିସରେ ଏସପି ପ୍ରତ୍ୟୁଷ ଦିବାକରଙ୍କ ସହ ଜିଲ୍ଲାର ସୁରକ୍ଷା ନେଇ ଆଲୋଚନା କରିଥିଲେ । 

ସେହିପରି ବିଗତ ଦିନରେ ମାଓବାଦୀ-ଯବାନ ମଧ୍ୟରେ ଗୁଳି ବିନିମୟରେ ଯବାନଙ୍କ ବିଜୟକୁ ନେଇ ପୋଲିସକୁ ଧନ୍ୟବାଦ ଦେଇଥିଲେ । ସେପଟେ ଆଗାମୀ ଦିନରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିଭଳି ସୁରକ୍ଷିତ ଭାବେ ସମାପନ କରାଯାଇପାରିବ ସେନେଇ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *