
ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଝାଡଖଣ୍ଡୀ ହାତୀ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ।
ସୂଚନା ଅନୁସାରେ, ରାସଗୋବିନ୍ଦପୁର ରେଞ୍ଜ ଛାତନା ଗାଁର ଶୁଗୃ ଭକ୍ତା ଓ ଛତନା ଗାଁର ରବିନ୍ଦ୍ର ସିଂଙ୍କ ଘର ଭାଙ୍ଗି ଦେଇଛନ୍ତି ହାତୀପଲ । ସେହିପରି ରବିନ୍ଦ୍ର ସିଂହଙ୍କ ଘରେ ଥିବା ଛେଳିକୁ ଦନ୍ତାହାତୀ କଚାଡି ମାରିଛନ୍ତି । ଘରର ମାଟି କାନ୍ଥକୁ ଭାଙ୍ଗିବା ପରେ ମାଟି ତଳେ ଅନେକ କୁକୁଡା ଚାପି ହୋଇ ମରିଯାଇଥିବା ସୂଚନା ମିଳିଛି ।
ତେବେ ରାସଗୋବିନ୍ଦପୁର ରେଞ୍ଜ ବାସିନ୍ଦା ଝାଡଖଣ୍ଡି ହାତୀ ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି । ଏହାସହିତ ଅନେକ ଆଜବେଷ୍ଟସ ଘର ଭାଙ୍ଗିଛନ୍ତି । ସେପଟେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

