ଫେବ୍ରୁଆରୀ ୫ରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର କରିବେ ଲୋକାର୍ପଣ

ଫେବ୍ରୁଆରୀ ୫ରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର କରିବେ ଲୋକାର୍ପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୫ରେ, ୨୦୨୨ରେ ହାଇଦ୍ରାବାଦ ଗସ୍ତ କରିବେ । ଏହି ଅବସରେ ସେ ହାଇଦ୍ରାବାଦର ପାଟନଚେରୁ ସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISATର ୫୦ ପ୍ରତିଷ୍ଠା ଦିବସରେ ସାମିଲ ହେବେ। ଏହାସହ ସଂଧ୍ୟା ୫ଟାରେ ଷ୍ଟେଚ୍ୟୁ ଅଫ ଇକ୍ୱାଲିଟିକୁ ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।୨୧୬ ଫୁଟ ଉଚ୍ଚ ଷ୍ଟେଚ୍ୟୁ ଅଫ ଇକ୍ୱାଲିଟିର ପ୍ରତିମା ସନ୍ଥ ରାମାନୁଜ ଆଚାର୍ଯ୍ୟଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି। ରାମାନୁଜ ଆଚାର୍ଯ୍ୟ ଜାତି ଏବଂ ବର୍ଗରେ ଉପରେ ଜୀବନର ସମସ୍ତ ଦିଗରେ ସମାନତା ଉପରେ କାମ କରିଥିଲେ। ଏହାକୁ ପାଞ୍ଚଟି ଧାତୁରେ ନିର୍ମାଣ କରାଯାଇଛି । ଏଥିରେ ସୁନା, ରୁପା, ତମ୍ୱା, ପିତ୍ତଲ ଏବଂ ଜିଙ୍କ ରହିଛି। ଏହା ବସିଥିବା ଅବସ୍ଥାରେ ଦୁନିଆର ସବୁଠାରୁ ଉଚ୍ଚ ଧାତୁର ମୂର୍ତ୍ତି ଅଟେ । ଏହାର ନିର୍ମାଣାରେ ପ୍ରାୟ ୧୪୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ଏଥିପାଇଁ ଦେଶ ବିଦେଶରୁ ବହୁ ଦାନ ମିଳିଛି । ଏହା ୫୪ ଫୁଟ ଉଚ୍ଚ ବେସ୍ ବିଲ୍ଡିଂରେ ପ୍ରତିଷ୍ଠିତ ହୋଇଛି, ଯାହାର ନାଁ ରହିଛି ‘ଭଦ୍ରା ବେଦୀ’ । ଏଥିରେ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ପ୍ରେକ୍ଷାଳୟ ସହ ଏକ ଶିକ୍ଷଣୀୟ ଗ୍ୟାଲେରୀ ରହିଛି । ଯେଉଁଥିରେ ରାମାନୁଜ ଆଚାର୍ଯ୍ୟଙ୍କ ଅନେକ କାର୍ଯ୍ୟର ବିବରଣୀ ଉପସ୍ଥାପିତ ହୋଇଛି।

Leave a Reply

Your email address will not be published. Required fields are marked *