
କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏବଂ ରଣପୁର ପୋଲିସର ମିଳିତ ଚଢଉରେ ପିପଲ ଗାଁରେ ବାସ କରୁଥିବା ପ୍ରତାପ କୁମାର ସାମନ୍ତରାୟଙ୍କ ଘରୁ ୩୫୦ ବୋତଲ ନକଲି ବିଦେଶୀ ମଦ, ୧୫୦ଲିଟର ସ୍ପିରିଟ୍, ୪ହଜାରରୁ ଅଧିକ ଠିପି ଓ ୧୦୦୦ ଖାଲି ବୋତଲ ଜବତ କରାଯାଇଛି ।
ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରବୀର ସାମଲ ଏହାକୁ ନେଇ ସୁଚନା ଦେଇଛନ୍ତି ଯେ ପୁର୍ବରୁ ବାରମ୍ବାର ଏପରି ଅଭିଯୋଗ ପ୍ରତାପ ନାଁରେ ଆସୁଥିବା ବେଳେ ଆଜି ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
ଆଉ କାହା କାହାର ସମ୍ପୃକ୍ତି ଅଛି ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଆଗକୁ ମଧ୍ୟ ଅନ୍ୟ ଅନ୍ୟ ସ୍ଥାନରେ ଚଢାଉ ହେବ ବୋଲି ସୁଚନା ମିଳିଛି ।