
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି,ଡୁଡୁକାବାହାଲ ଓ ଶଙ୍କରଡା ପଞ୍ଚାୟତ ବିଭିନ୍ନ ଗ୍ରାମରେ ବୁଲିଲା ଶିକ୍ଷା ସଚେତନତା ରଥ । ରାଜ୍ୟ ସରକାରଙ୍କ ଏହା ଏକ ନୂତନ ପ୍ରଚେଷ୍ଟା, ଯାହା ଗ୍ରାମାଞ୍ଚଳର ପିଲାମାନେ ବିଦ୍ୟାଳୟ ମୁହାଁ ହୋଇ ଥାଆନ୍ତି ବୋଲି ରାଜ୍ୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏହା ଏକ ଯୋଜନା । ଏହି ଭଳି ଅନେକ ଉଦାହରଣ ଏହି କରନା ମହାମାରୀ ଦେଇଯାଇଛି, ଏଥିରୁ ସରକାର ଅନଭିଜ୍ଞ ନୁହେଁ ,ଅତି ହୃଦୟ ବିଦାରକ ଥିଲା କରନା ମହାମାରୀ ।ଏହି ସବୁ ପିଲାଙ୍କ ପାଠ ପଢା ରେ ମୂଳ ସମସ୍ୟା ହୋଇଥିବା ହେତୁ ଶେଷରେ ସରକାର ପିଲାଙ୍କୁ ଆକୃଷ୍ଟ ଓ ବିଦ୍ୟାଳୟ ମୁହାଁ ହେବାକୁ ଚେଷ୍ଟାଣ୍ନୀତ ।ଯାହା ଶିକ୍ଷା ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳରୁ ଗ୍ରାମାଞ୍ଚଳରେ ପହଞ୍ଚିବ ଏବଂ ଅଭିଭାବକଙ୍କ ସମେତ ପିଲାଙ୍କୁ ବିଦ୍ୟାଳୟ ମୁହାଁ ହେବାକୁ ଶିକ୍ଷା ସଚେତନତା ରଥ ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାଶୀପୁର ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଶିକ୍ଷା ସଚେତନତା ରଥ ପ୍ରଥମେ ସଙ୍କରଡା ପଞ୍ଚୟତ ର ପଞ୍ଚାଳି ଗ୍ରାମକୁ କୁ ପହଞ୍ଚି ଥିଲା ,ଏହି ଗ୍ରାମର ଲୋକେ ଉତ୍ସହିତର ସହ ଉକ୍ତ ଶିକ୍ଷା ସଚେତନତା ରଥ କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ , ଏବଂ ଗ୍ରାମବାସୀ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି।କରୋନା ମହାମାରୀରେ ପିଲାଙ୍କ ପାଠ ପଢା ଅଧିକ ଭାବେ ପ୍ରଭାବିତ ହୋଇଥିବା ହେତୁ ଶିକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ବିଦ୍ୟାଳୟ ମୁହାଁ ହେବା ପାଇଁ ସର୍ବ ପ୍ରଥମେ ପଞ୍ଚାଳି ଗ୍ରାମରୁ ଆରମ୍ଭ କରି କାଶୀପୁର ବ୍ଲକ ପରିକ୍ରମାର ପ୍ରୟାସ ଜାରି କରିବୁ ବୋଲି ବ୍ଲକ ଅତିରିକ୍ତ ଶିକ୍ଷା ଅଧୋକାରୀ ଶ୍ରୀ ନବୀନ ଖରା ପ୍ରକାଶ କରିଛନ୍ତି,