
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ. ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ସ୍ଥାନୀୟ ସରପଞ୍ଚ ପୂଜା ପ୍ରଧାନ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବି ଇ ଓ ସୀତାରାମ ପାତ୍ର , ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ସୁଷମା ଶବର ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ପୋଥି ମଧ୍ୟରେ କେବଳ ସୀମିତ ନ ରଖି ବିଭିନ୍ନ ଶିକ୍ଷା ସାମଗ୍ରୀ ମାଧ୍ୟମରେ ଶିକ୍ଷା ଦାନ କଲେ ଛାତ୍ର ଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ହେବା ସହ ବୌଦ୍ଧିକ ବିକାଶ ହୋଇ ପାରିବ ବୋଲି କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ 12 ଟି କ୍ଲଷ୍ଟର ମଧ୍ୟରୁ 29 ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ସେଥି ମଧ୍ୟରୁ କେ. ବରିଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଜେ. ଛଚିନା ପ୍ରାଥମିକ ବିଦ୍ୟାଳୟ ର ଭାଷା ଭିତ୍ତିକ ପ୍ରକଳ୍ପ ଓ କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଗଣିତ ଭିତ୍ତିକ ପ୍ରକଳ୍ପ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇ ଥିଲା । ଏଥିରେ ସମସ୍ତ ସି ଆର ସି ସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।