ଆଜିଠୁ ଚିଲିକାରେ ଚାଲିବ ‘ଗରୁଡ’

ଆଜିଠୁ ଚିଲିକାରେ ଚାଲିବ ‘ଗରୁଡ’

ଟାଙ୍ଗୀ : ଆଜିଠାରୁ ଚିଲିକାରେ ଚାଲିବ ‘ଗରୁଡ’ । ଆଜି ସକାଳ ସାଢେ ୧୦ଟାରେ ଭିଡିଓ କନଫେରନ୍ସି ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଚିଲିକାରେ ଅତ୍ୟାଧୁନିକ ପ୍ରଣାଳୀ ରେ ନିର୍ମିତ ହୋଇଛି ହାଉସ୍ ବୋଟ୍ “ଗରୁଡ ” । ଡବଲ୍ ଇଞ୍ଜିନ୍ ବିଶିଷ୍ଟ ‘ଗରୁଡ଼’ ବୋଟ ର ଲମ୍ବା ୧୦୫ ଫୁଟ ଏବଂ ଓସାର ୨୨ ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ବ୍ୟାକ -ଅପ ବୋଟ୍ ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ବୋଟରେ ସୁରକ୍ଷା ସେନ୍-ସର୍ ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ୍ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଏଥିଲାଗି ବି-ଏସ.-ଭି-ଆଇ ଇଂଜିନ୍ ବୋଟରେ ଲଗାଯାଇଛି। ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର ଓ ଲାଉଞ୍ଜ ଅଛି । ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ। ବୋଟ୍ ର ପ୍ରାଇଭେଟ ଲାଉଞ୍ଜରେ ୪ ଗୋଟି ପ୍ରିମିୟମ୍ ରୁମ ରହିଛି ଏବଂ ୨ ଗୋଟି ସୁଟ୍ ରୁମ୍ ଅଛି , ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ।  ଏଥିସହିତ ବସିବା ଲାଗି କିଙ୍ଗ୍ ସାଇଜ ବେଡ଼୍ ଓ ସୋଫାର ବ୍ୟବସ୍ଥା ଅଛି। ବେଳାଭୂମିରେ ସନ-ବାଥ , ମସାଜ , କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା, ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ ପର୍ଯ୍ୟଟକ ମାନେ । ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ୍ କରିପାରିବେ। ତେବେ ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟ୍ ର ମଜା ନେବା ପାଇଁ ୨୦ରୁ୨୫ ହଜାର ଟଙ୍କା ଦେବାକୁ ପଡିବ । ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଏହା ଉପଲବ୍ଧ ରହିବ । ଏଥି ପାଇଁ ପର୍ଯ୍ୟଟକଙ୍କୁ www.vikashecoresorts.com ୱେବସାଇଟ ରୁ ଅନ୍-ଲାଇନ୍ ବୁକିଂ କରିବାକୁ ପଡ଼ିବ । ତେବେ ଅନ୍-ଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *