
ବିହାରର ସମସ୍ତୀପୁର ସଦର ହସ୍ପିଟାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମା’-ବାପାଙ୍କୁ ଶବବ୍ୟବଚ୍ଛେଦ ଗୃହରୁ ମୃତଦେହ ପାଇବା ପାଇଁ ଭିକ ମାଗିବାକୁ ପଡ଼ିଛି । ଅଭିଯୋଗ ଅନୁସାରେ ପୋଷ୍ଟମର୍ଟମ କର୍ମୀ ମୃତଦେହ ଦେବାକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମା’-ବାପା ଭିକ ମାଗୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ଗତ ୭ ତାରିଖରେ ହୋଇଥିବା କୁହାଯାଉଛି । ପୂରା ମାମଲାର ତଦନ୍ତ ପାଇଁ ସିଭିଲ ସର୍ଜନ ଏକ ଟିମ୍ ଗଠନ କରିଛନ୍ତି ।ତାଜପୁର ଥାନା ଅନ୍ତର୍ଗତ ଆହାର ଅଞ୍ଚଳର ମହେଶ ଠାକୁରଙ୍କ ମାନସିକ ରୂପେ ବିକ୍ଷିପ୍ତ ୨୫ ବର୍ଷୀୟ ପୁଅ ଗତ ମେ’ ମାସ ୨୫ ତାରିଖରେ ନିଖୋଜ ହୋଇଯାଇଥିଲା । ସଂପର୍କୀୟମାନେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ମିଳି ନ ଥିଲା । ଏହାରି ମଧ୍ୟରେ ଗତ ୭ ତାରିଖରେ ମୁସରୀଧରାରୀ ଥାନା ଅଞ୍ଚଳରୁ ଏକ ମୃତଦେହ ମିଳିଥିଲା । ସଂପର୍କୀୟ ମୁସରୀଧରାରୀ ଥାନା ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ, ମୃତଦେହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନିଆଯାଇଛି । ଯେତେବେଳେ ମା’-ବାପା ଡାକ୍ତରଖାନାର ଶବାଗୃହକୁ ପହଞ୍ଚିଲେ, ସେଠାରେ ସେମାନେ ନିଜ ସସ୍ତାନ ସଂଜୀବ ଠାକୁରଙ୍କ ମୃତଦେହକୁ ଚିହ୍ନିଥିଲେ । ମୃତକଙ୍କ ପିତା ଶବ ଆଣିବାକୁ ପୋଷ୍ଟମର୍ଟମ କର୍ମୀ ନାଗେନ୍ଦ୍ର ମିଲ୍ଲିକଙ୍କୁ ନିବେଦନ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ, ଶବ ଦେବାକୁ ସଂପୃକ୍ତ କର୍ମୀ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପିତା ନିଜକୁ ଗରିବ ପରିବାର କହିଥିଲେ ମଧ୍ୟ କେହି କିଛି ଶୁଣି ନଥିଲେ । କିନ୍ତୁ ନାଗେନ୍ଦ୍ର ମିଲ୍ଲିକ ମନରେ ଦୃଢ଼ ସାହସ କରିଥିଲେ ଏବଂ ଲୋକଙ୍କୁ ଭିକ ମାଗିଥିଲେ । ଭିକ ମାଗିବାର ଏକ ଭିଡିଓକୁ କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା । ସଦର ହସ୍ପିଟାଲ ସର୍ଜନ ଡା. ଏସ୍କେ ଚୌଧୁରୀ କହିଛନ୍ତି ପୁଅର ଶବ ପାଇବାକୁ ମା’-ବାପାଙ୍କ ଦ୍ୱାରା ଭିକ ମାଗିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଏକ ଟିମ ଗଠନ କରିଦିଆଯାଇଛି । ସେ କହିଛନ୍ତି ଯେ, ଅଭିଯୁକ୍ତ ପୋଷ୍ଟମର୍ଟମ କର୍ମୀ ଟଙ୍କା ମାଗିଥାଇ ପାରନ୍ତି । କିନ୍ତୁ ଏତେ ଟଙ୍କା ମାଗି ନଥାଇପାରନ୍ତି । ଏହା ଲଜ୍ଜ୍ୟାଜନକ ଘଟଣା । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।