
୧-ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ, ଜୁନ୍ ୧୫ରେ ପ୍ରକାଶ ପାଇବ ବିଜ୍ଞପ୍ତି।
୨-୧୨ ହଜାର ଟିକେଟ୍ ପାଇଁ ବାରବାଟୀ ବାହାରେ ୨୦ହଜାରେ ଲୋକଙ୍କ ଭିଡ। ରାତି ଅନିଦ୍ରା ହେଲେ, ପୋଲିସଠୁ ମାଡ ଖାଇ ଘରକୁ ଫେରିଲେ ସାଧାରଣ ଦର୍ଶକ।
୩-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା ଓଡିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ‘ଗରୁଡ଼’, କିଛି ଦିନ ଭିତରେ ଖୋଲିବ ଅନଲାଇନ ବୁକିଂ।
୪-ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ! ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ମେୟରଙ୍କ ନିର୍ଦ୍ଦେଶ।
୫-ଭଦ୍ରକ:ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସୁଥିବା ବେଳେ ଶିକ୍ଷକଙ୍କ ଠାରୁ ଝାମ୍ପିନେଲେ ଲୁଟେରା।
୬-ବରଗଡ଼ ଶିକ୍ଷା ବିଭାଗରେ କଳଙ୍କ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଗଲେ BEO।
୭-ପ୍ରାୟ ୫କୋଟି ସରକାରୀ ଅର୍ଥ ହେରଫେର ମାମଲା : ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ଗିରଫ।
୮-କେନ୍ଦ୍ରାପଡ଼ା ଚକ୍ରୋଡା ପଞ୍ଚାୟତ: ଠିକାଦାରଙ୍କ ଖେଳ, ପିଲାମାନଙ୍କ ପାଇଁ ହେଲା କାଳ,ଅତଡା ଧସି ଦୁଇ ନାବାଳକ ମୃତ।
୯-ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଆକ୍ରମଣରେ ୬ ବର୍ଷର ଝିଅ ଗୁରୁତର।
୧୦-ସେଓ ଚାଷ କରି ସଫଳ ବରଗଡ ଚାଷୀ କ୍ଷମା ନିଧି ବାରିକ ,ବାର୍ଷିକ ଏକର ପ୍ରତି ୧୨ରୁ ୧୫ ଲକ୍ଷ ରୋଜଗାର ଲକ୍ଷ୍ୟ।
୧୧-ଦେଶରେ ୭ହଜାର ଟପିଲା ଦୈନିକ ସଂକ୍ରମଣ।ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ହେଲା ବୃଦ୍ଧି ।
୧୨-‘ଟ୍ରୁ ଲଭ୍’ ଖୋଜୁଥିବା ଯୁବପିଢିଙ୍କୁ ବାର୍ତ୍ତା। ବିନା ବରରେ ନିଜେ ନିଜକୁ ବିବାହ କଲେ ଗୁଜରାଟର ୨୪ ବର୍ଷିୟ ଯୁବତୀ କ୍ଷମା ବିନ୍ଦୁ ।
୧୩-ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ ଫ୍ରଡ୍ ଲୋନ ଆପ୍।ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW।
୧୪-ପ୍ରଥମ T-20ରେ ହାରିଲା ଭାରତ,ରେକର୍ଡ ଭାଙ୍ଗିଲା ସାଉଥ୍ ଆଫ୍ରିକା୫ଟି ବଲ୍ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା।
୧୫-କରାଚିରେ ମନ୍ଦିର ଭଙ୍ଗାରୁଜା, ସ୍ଥାନୀୟ ହିନ୍ଦୁମାନେ ଆତଙ୍କିତ।