
ତାଙ୍କ ପାଖରେ ଅନେକ ଗୁଡ଼ିଏ ଚ୍ୟାଲେଞ୍ଜ ଥିଲା । ସବୁଠାରୁ ବଡ଼ ଅଡୁଆ ଥିଲା ସେ ଜଣେ ଝିଅ । ଘର ଭିତରେ ଓ ବାହାରେ ଲିଙ୍ଗଗତ ଭେଦଭାବ ସାମ୍ନା କରିବାକୁ ପଡୁଥାଏ । ପରିବାର ଲୋକେ ଯେତେବେଳେ ଏନସିସିରେ ସାମିଲ ହେବାକୁ ପସନ୍ଦ କରୁ ନଥିଲେ, ତେବେ ଏଥିରୁ ବୁଝନ୍ତୁ ଯେ, ଘରେ ରହି କିଛି ପାଇବା ଝିଅଟିଏ କେତେ ସଂଘର୍ଷ କରିଥିବ । କିନ୍ତୁ ସେ ସାଧାରଣ ଝିଅ ନଥିଲେ । ସେ ୬ ହଜାର ଟଙ୍କାର ଚାକିରି କରି ନିଜ ପାଇଁ କେବଳ ଜୋତା ନୁହେଁ, ବରଂ ବଡ଼ ସ୍ୱପ୍ନ ପୂରା କରିଛନ୍ତି । ସେ ମାଉଣ୍ଟ ଏଭରେଷ୍ଟ ଶୃଙ୍ଗ ଚଢ଼ିବା ପାଇଁ ମନସ୍ଥ କରିଥିଲେ ।
ଉତ୍ତରାଖଣ୍ଡର ୨୫ ବର୍ଷୀୟ ଝିଅ ସବିତା କସୱାଲ ୧୬ ଦିନ ଭିତରେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ‘ମାଉଣ୍ଟ ଏଭରେଷ୍ଟ’ ଓ ମାଉଣ୍ଟ ମକାଳୁ ଚଢ଼ି ବିଶ୍ୱ କୀର୍ତ୍ତିମାନ କରିଛନ୍ତି । ଏବେ ତାଙ୍କର ଲକ୍ଷ୍ୟ ହେଲା ଯେ, ୭ ମହାଦୀପର ୭ ଉଚ୍ଚ ଶୃଙ୍ଗ ଚଢ଼ିବା ସହ ୮୦୦ ମିଟରରୁ ଉଚ୍ଚ ୯ଟି ଶୃଙ୍ଗରେ ମଧ୍ୟ ପାଦ ରଖିବେ । ଆଜି ସବିତାଙ୍କ ଉଦ୍ୟମ ଓ ସଫତଳାକୁ ପ୍ରଶଂସା କରୁଛନ୍ତି । କିନ୍ତୁ ସବିତା ଯେଉଁ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ତାହା ସାଧାରଣ କଥା ନୁହେଁ । ୨୦୧୩ରୁ ଏପର୍ଯ୍ୟନ୍ତ ୧୨ଟି ଶୃଙ୍ଗ ଚଢ଼ି ସାରିଥିବା ସବିତା ବିପରୀତ ପରିସ୍ଥିତିକୁ ମଧ୍ୟ ମୁକାବିଲା କରିଛନ୍ତି ।