ଦକ୍ଷିଣ ଆଫ୍ରିକା ବାରବାଟୀରେ ଭାରତ ବିପକ୍ଷରେ ୪ ୱିକେଟରେ ମ୍ୟାଚ୍ ଜିତିଲା

ଦକ୍ଷିଣ ଆଫ୍ରିକା ବାରବାଟୀରେ ଭାରତ ବିପକ୍ଷରେ ୪ ୱିକେଟରେ ମ୍ୟାଚ୍ ଜିତିଲା

ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତିଛି । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜଣ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ବ୍ୟାଟିଂ କରି ୬ ୱିକେଟରେ ୧୪୮ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଶେଷ ୧୦ଟି ବଲ୍  ଥାଇ ମ୍ୟାଚ ଜିତିଥିଲା । ଅତିଥି ଟିମ ୧୮.୨ ଓଭରରେ ୬ ୱିକେଟ ହରାଇ ଲକ୍ଷ୍ୟ ପୂରା କରିଥିଲା । 

ଏହି ପରାଜୟ ସହିତ ଭାରତୀୟ ଟିମ୍‌କୁ ପୁଣି ଝଟକା ଲାଗିଛି । ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ୱରେ ଖେଳାଯାଉଥିବା ଟିମ ଇଣ୍ଡିଆ ସିରିଜରେ ୦-୨ରେ ପଛୁଆ ରହିଛି । ଭାରତ ପାଇଁ ଭୁବନେଶ୍ୱର କୁମାର ଭଲ ବୋଲିଂ କରିଥିଲେ । ସେ ପାୱାରପ୍ଲେ ଓଭରରେ ଦକ୍ଷିଣ ଆଫ୍ରିକାର ସ୍କୋର ୨୯ ରନ୍ ବେଳକୁ ୩ଟି ୱିକେଟ ନେଇସାରିଥିଲେ । କିନ୍ତୁ ଅନ୍ୟ ବୋଲରମାନେ ଅତିଥି ଟିମ ଉପରେ ଚାପ ପକାଇପାରି ନଥିଲେ । ଦକ୍ଷିଣ ଆଫ୍ରିକା ଖେଳାଳି ହେନରିଚ କ୍ଲାସେନ୍ (୮୧ ରନ୍‌) ଟିମ୍‌କୁ ମଜବୁତ କରିଥିଲେ । ଏଥି ସହିତ ଅଧିନାୟକ ତେମ୍ବା ବାଭୂମା (୩୫ ରନ୍‌) ଭଲ ଖେଳିଥିଲେ । 

ଆଜି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ଭୁବନେଶ୍ୱର ଛାଡ଼ିବେ । ଖେଳାଳିମାନେ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନରେ ଅପରାହ୍ନ ୪ଟା ୧୫ରେ ବାହାରିବେ ଏବଂ ଭାଇଜାଗରେ ସନ୍ଧ୍ୟା ୫ଟା ୧୫ରେ ପହଞ୍ଚିବେ । 

Leave a Reply

Your email address will not be published. Required fields are marked *