ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ନିର୍ବାଚନ ଲାଗି ଶୁକ୍ରବାର ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ । ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଥିଲେ ଓଡିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ପୁଷ୍ପଗୁଚ୍ଛ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଉଭୟଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା ।ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ସହ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇବା ଲାଗି ଦଳମତ ନିର୍ବିଶେଷରେ ସମର୍ଥନ ଦେବାକୁ ଅପିଲ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୌପଦୀଙ୍କ ନାମାଙ୍କନ ସମୟରେ ସମର୍ଥନ ଦେବା ସହ ପ୍ରସ୍ତାବକ ଭାବେ ଦୁଇ କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ଦିଲ୍ଲୀରେ ପହଞ୍ଚିଛନ୍ତି । ଏଥି ସହିତ ସାଂସଦ ସସ୍ମିତ ପାତ୍ର ମଧ୍ୟ ଦିଲ୍ଲୀରେ ଅଛନ୍ତି । ସେପଟେ ୧୦ ଜଣ ବିଜେପି ବିଧାୟକ ମଧ୍ୟ ଉପସ୍ଥିତ ରହିବା ଲାଗି ଦିଲ୍ଲୀ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *