
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ରୋମରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି। ୟୁରୋପର ୧୨ଟି ଦେଶରେ ବସବାସ କରୁଥିବା ଏହି ପ୍ରବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଓ ଆବାସିକ କମିସନର ରବିକାନ୍ତ ପ୍ରମୁଖ ଆଲୋଚନା କରିଥିଲେ। ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ବୃତ୍ତିଗତ, ଉଦ୍ୟୋଗ, ଗବେଷଣା, ମିସନାରି, ଇଞ୍ଜିନିୟରିଂ, ଆଇଟି ପ୍ରଭୃତି ବିଷୟର ଛାତ୍ରଛାତ୍ରୀ ରହିଥିଲେ।