
ସରିଲା ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟା। ନିଷ୍ପତ୍ତି ନେଇ ସାରିଛନ୍ତି ସାଂସଦ ଓ ବିଧାୟକ। ସଂସଦ ସହ ବିଭିନ୍ନ ରାଜ୍ୟର ବିଧାନସଭାରେ ମତଦାନ କରିଥିଲେ ସାଂସଦ ଓ ବିଧାୟକ। ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଦେଖିବାକୁ ମିଳିଥିଲା ଅଧିକ ଉତ୍ସାହ। ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଅଛନ୍ତି ଯଶୱନ୍ତ ସିହ୍ନା। କିନ୍ତୁ ସମର୍ଥନ ଦେଖିଲେ ଯଶୱନ୍ତଙ୍କଠାରୁ ଆଗରେ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ। ଉଭୟ ସଂସଦ ଓ ରାଜ୍ୟର ବିଧାନସଭା ଗୁଡିକରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ଭୋଟ ଦାନରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଲାଗି ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇଛନ୍ତି । ଓଡ଼ିଶା ବିଧାନସଭାରେ ୧୪୫ ବିଧାୟକ ଭୋଟ୍ ଦେଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପାର୍ଲାମେଣ୍ଟରେ ମତଦାନ କରିଛନ୍ତି। ଆସନ୍ତା ୨୧ ତାରିଖରେ ରହିଛି ଗଣତି ।