
ସ୍ୱାଧୀନତା ଦିବସ ୨୦୨୨ରେ ଉତ୍ତର ପ୍ରଦେଶରେ ଛୁଟି ହେବ ନାହିଁ । ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରିହବ ନାହିଁ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଉତ୍ସାହ ପାଳନ କରାଯାଉଛି । ଏହି ଭଳି ଏକ ସମୟରେ ଉତ୍ତର ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେଇଛନ୍ତି ।
ଅମୃତ ମହୋତ୍ସବ ଅନ୍ତର୍ଗତ ଏଥର ସମସ୍ତ ସ୍କୁଲ ଓ ପ୍ରତିଷ୍ଠାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯିବ । କୁହାଯାଇଛି ଯେ, ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ସ୍ୱାଧୀନତା ସପ୍ତାହ ପାଳନ କରାଯିବ । ଏଥିରେ ସମସ୍ତ ଘରେ ଓ ସରକାର, ଘରୋଇ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ତଥା ସର୍ବସାଧାରଣ ସ୍ଥଳୀରେ ଜାତୀୟ ପତାକା ଉଡିବ । ଉତ୍ତର ପ୍ରଦେଶ ସରକାର ୭୫ତମ ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି । ତେଣୁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ନ ରଖି ଉତ୍ସବ ପାଳନ କରିବାକୁ ପଦକ୍ଷେପ ନେଇଛନ୍ତି ।