
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଆର୍ ମୁରୁଗନ ଏବଂ ଅନ୍ତର୍ଜାତୀୟ ଚେସ୍ ମହାସଂଘ (ଏଫ୍ଆଇଡିଇ)ର ସଭାପତି ମଧ୍ୟ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ଏବଂ ବିଶ୍ୱରୁ ଆସିଥିବା ସମସ୍ତ ଖେଳାଳି ଏବଂ ଚେସ୍ପ୍ରେମୀଙ୍କୁ ସ୍ୱାଗତ କରିଥିଲେ। ସେ ‘‘ଆଜାଦୀ କା ଅମୃତ ମହୋତ୍ସବ” ସମୟରେ ପଡ଼ୁଥିବାରୁ ଘଟଣାର ମହତ୍ୱ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ।