ମଶାରି ଭିତରେ ପଶି ପାର୍ଲାମେଣ୍ଟ୍‌ ବାହାରେ ଧାରଣା ଦେଲେ ବିରୋଧୀ ସାଂସଦ

ମଶାରି ଭିତରେ ପଶି ପାର୍ଲାମେଣ୍ଟ୍‌ ବାହାରେ ଧାରଣା ଦେଲେ ବିରୋଧୀ ସାଂସଦ

ବିରୋଧୀ ସାଂସଦମାନେ ସଂସଦ ବାହାରେ ମୁକ୍ତାକାଶ ତଳେ ଚଳାଇଥିବା ୫୦ଘଣ୍ଟିଆ ନିରବଚ୍ଛିନ୍ନ ପ୍ରତିବାଦ ଧାରଣାର ଦ୍ବିତୀୟ ଦିବସରେ ମଶା କାମୁଡ଼ାରୁ ତ୍ରାହି ପାଇବା ଲାଗି କେତେଜଣ ସାଂସଦ ମଶାରି ଭିତରେ ବସି ଧାରଣା ଦେଇଥିଲେ। ଗତ ରାତି ୧ଟା ବେଳେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ବ୍ରିଏନ୍‌ ପ୍ରତିବାଦସ୍ଥଳରୁ ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର କରିଥିବା ଫଟୋରେ ଦେଖାଯାଉଛି କେତେକ ସାଂସଦ ମଶାରି ଭିତରେ ବସିଛନ୍ତି। ଜଣେ ପ୍ରତିବାଦକାରୀ ସାଂସଦଙ୍କ ହାତରେ ମଶାଟିଏ ବସିଥିବାର ଭିଡିଓ ପୂର୍ବରୁ କଂଗ୍ରେସ ନେତା ମଣିକମ୍‌ ଠାକୁର ପୋଷ୍ଟ୍‌ କରିଥିଲେ। ସେ ଭିଡିଓରେ ବି ଚକ୍ରାକାର ମଶାଧୂପଟିଏ ‌ଦିଶୁଥିଲା। ଜଣେ ନେତା କହିଛନ୍ତି, ଗୁରୁବାର ଦିନ ପ୍ରତିବାଦସ୍ଥଳ ସଂସଦର ପ୍ରବେଶପଥକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୪ରେ ସଂସଦରେ ପହଞ୍ଚିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଯାହା କହିଥିଲେ ତାହା ତାଙ୍କୁ ସ୍ମରଣ କରାଇଦେବା ଲାଗି ପ୍ରତିବାଦ ଚାହୁଁଛନ୍ତି। ଏହି ସ୍ଥାନରେ ଥିବା ପାହାଚରେ ହିଁ ପ୍ରଧାନମନ୍ତ୍ରୀ ମୋଦୀ ମୁଣ୍ଡମାଡ଼ି ପ୍ରଣାମ କରିଥିଲେ। ଏହାଛଡ଼ା, ତମ୍ବୁ ନ ଥିବାରର୍ଷା ଯୋଗୁଁ ଆମକୁ ପ୍ରତିବାଦସ୍ଥଳ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଲା। ଏଇ ସ୍ଥାନଟି ସାଙ୍କେତିକ ବୋଲି ସେ କହିଛନ୍ତି। ଗୁରୁବାର ଦିନ ମଧ୍ୟାହ୍ନ ଭୋଜନ ପାଇଁ ସାଂସଦମାନଙ୍କୁ ‘ଡିଏମ୍‌କେ’ ଇଡ୍‌ଲି ପରିବେଷଣ କରିଥିବା ବେଳେ ‘ଟିଏମ୍‌ସି’ ଭଜାମାଛ ଦେଇଥିଲା। ସେହିପରି ଜଳଶୁଷ୍କତାରୁ ନିସ୍ତାର ପାଇବା ପାଇଁ ରାତିରେ ‘ଆପ୍‌’ ଯୋଗାଇଥିବା ଭୋଜନରେ ଫଳରସ ଏବଂ ଲସି ଅନ୍ତର୍ଭୁକ୍ତ କରାଯାଇଥିଲା। ଟୁଇଟ୍‌ କରି ଡେରେକ୍‌ ଲେଖିଛନ୍ତି: ଅହର୍ନିଶ ନିରବଚ୍ଛିନ୍ନ ୫୦ଘଣ୍ଟିଆ ଧାରଣା ଚାଲିଛି। ଆଉ ୧୨ ଘଣ୍ଟା ଚାଲିବ। ଦରବୃଦ୍ଧି ଉପରେ ଆଲୋଚନା କରିବା ଲାଗି ଇଚ୍ଛୁକ ୨୭ଜଣ ସାଂସଦଙ୍କୁ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉ। ବିରୋଧୀମାନେ ଏକଚ୍ଛତ୍ରବାଦୀଙ୍କ କବଳରୁ ସଂସଦର ପବିତ୍ରତା ରକ୍ଷା କରିବା ପାଇଁ ସଂଗ୍ରାମ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *