୧୭ ବର୍ଷରୁ ଭୋଟର କାର୍ଡରେ ନିଜ ନାଁ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ, ୧୮ବର୍ଷରେ ଦେବେ ଭୋଟ୍‌

୧୭ ବର୍ଷରୁ ଭୋଟର କାର୍ଡରେ ନିଜ ନାଁ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ, ୧୮ବର୍ଷରେ ଦେବେ ଭୋଟ୍‌

ଏଣିକି ୧୭ ବର୍ଷରୁ ଭୋଟର କାର୍ଡରେ ନିଜ ନାଁ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ। ହେଲେ ୧୮ ବର୍ଷରୁ ଭୋଟ୍‌ ଦେବେ। ୧୭ ବର୍ଷରୁ ଅଧିକ ବର୍ଷର ବର୍ଗଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ବର୍ତ୍ତମାନର ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଜଣେ ଯୁବକଙ୍କୁ ୧୮ ବର୍ଷ ପୁରିବା ପରେ ସେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରୁଥିଲା। କିନ୍ତୁ ଏଥିପାଇଁ ତାଙ୍କୁ ଜାନୁଆରୀ ୧ ତାରିଖକୁ ଅପେକ୍ଷା କରିବାକୁ ପଡିଥିଲା। କିନ୍ତୁ ବର୍ତ୍ତମାନ ୧୭ ବର୍ଷ ପୁରିବା ପରେ ସେମାନେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଜାନୁଆରୀ ୧ ତାରିଖ ବ୍ୟତୀତ ସେମାନେ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍‌ଟୋବର ୧ ତାରିଖରେ ମଧ୍ୟ ଆବେଦନ କରିପାରିବେ। କିନ୍ତୁ ସେମାନଙ୍କୁ ୧୮ ବର୍ଷ ପୁରିବା ଭୋଟର କାର୍ଡ ମିଳିବ। ପଞ୍ଜିକରଣ ଫର୍ମକୁ ମଧ୍ୟ ଆହୁରି ସରଳ କରାଯାଇଛି।

Leave a Reply

Your email address will not be published. Required fields are marked *