ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ। ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି। ଶିକାରୀଙ୍କୁ ରୋକିବା ସହ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ।ଶିମିଳିପାଳ ଅଭୟାଣ୍ୟରେ ମହାବଳ,କଲରାପତରଆ ବାଘ ସହ ବିରଳ କଳାବାଘ ବି ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବର ସ୍ଥିତି ଓ ବର୍ତମାନର ସ୍ଥିତି ମଧ୍ୟରେ ଆକାଶ ପାତାଳ ଫରକ୍‌। ୨୦୦୬ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ ୧୦୧ଟି ବାଘ ଥିଲେ। ୨୦୧୮ ବେଳକୁ ସଂଖ୍ୟା ୨୮କୁ ଖସି ଆସିଥିଲା। ସେହିପରି ଉତ୍ତର ଘୁମୁସର ବନଖଣ୍ଡରେ ୨୦୧୬ରେ ବାଘ ଗଣନା ବେଳେ ୧୭ଟି କଲରାପତରିଆ ବାଘ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୬କୁ ଖସିଆସିଥିଲା। ଗତବର୍ଷ ମହାବଳ ଶୂନ୍ୟ ହୋଇପଡିଥିବା ସାତକୋଶିଆକୁ ପୁଣି ଫେରିବ କି ମହାବଳ। ଏନେଇ ପରିବେଶବିତ୍‌ ମହଲରେ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *