
ନୂଆପଡା ଜିଲ୍ଲା ନୂଆପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କ ନେତୃତ୍ବରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ଦରଦାମ ବୃଦ୍ଧି, ଜିଏସଟି ପ୍ରତ୍ୟାହାର ଏବଂ ବେକାରୀ ସମସ୍ୟା ଦୂରୀକର ସମସ୍ୟା ନେଇ ଘେରାଓ, ପୋଲିସ ଦ୍ବାରା ଜେଲ ଭରାଓ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପାରଗତା, ଉପରେ ଗୁରୁତ୍ବ ଦେଇଥିଲେ। ସେହି ସଭାରେ ଖଡ଼ିଆଳ ନଗର ଅଧକ୍ଷ ଉଜ୍ଜଳ ଗୁପ୍ତା, ଜିଲ୍ଲା ଯୁବ ସଭାପତି କପିଳେନ୍ଦ୍ର ଭୋଇ, ଫାରୁକ ମହମ୍ମଦ ବହୁ କର୍ମୀ ଯୋଗ ଦେଇ କଂଗ୍ରେସର ଆନ୍ଦୋଳନକୁ ସଫଳ କରିଥିଲେ।ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ଜେଲ ଭରୋ କରିଥିଲେ।