ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା, ସରକାରଙ୍କ ଅନୁଦାନରେ ମିଶନ ଶକ୍ତିର ପ୍ରୟାସ

ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା, ସରକାରଙ୍କ ଅନୁଦାନରେ ମିଶନ ଶକ୍ତିର ପ୍ରୟାସ

ରାଜ୍ୟବାସୀଙ୍କୁ ଆଉ କିଣିବାକୁ ପଡ଼ିବ ନାହିଁ ତି୍ରରଙ୍ଗା ପତାକା ।  ରାଜ୍ୟବାସୀ ମାଗଣାରେ ପାଇବେ ତ୍ରିରଙ୍ଗା। ମାଗଣାରେ ଜାତୀୟ ପତାକା ଯୋଗାଇଦେବ ମିଶନ ଶକ୍ତି ଗୋଷ୍ଠୀ। ଏଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅନୁଦାନ । ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେବାକୁ ଯାଉଥିବାରୁ ଦେଖବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଯାଇଛି। ଏନେଇ ରାଜ୍ୟବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ମିଶନ ଶକ୍ତି ମା ମାନଙ୍କୁ ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ୱ ପ୍ରଦାନ କରାଯାଇଛି। ମିଶନ ଶକ୍ତିର ମା ମାନେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *