
ନୂଆପଡା ଜିଲ୍ଲା ସିନାପାଲି ଠାରେ ଏକ ସ୍ଥାୟୀ ବସ ଷ୍ଟାଣ୍ଡ ନିର୍ମାଣ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସରକାରୀ ଜମି ଅଭାବ ରହିଅଛି। ତେଣୁ ସିନାପାଲି ନିବାସୀ ତ୍ରିନାଥ ମେହେର ବସ ଷ୍ଟାଣ୍ଡ ନିର୍ମାଣ ନେଇ ଘରୋଇ ଜମି ପ୍ରଦାନ ପାଇଁ ଆଗେଇ ଆସିଛନ୍ତି। ଏହା ନେଇ ଓଡିଶା ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ତ୍ରିନାଥ ମେହେର ସାକ୍ଷାତ କରି ନିଜ ସ୍ଵୀକୃତି ପତ୍ର ପ୍ରଦାନ କରିଛନ୍ତି।ଅଂଚଳରେ ତାଙ୍କ ଏହି ପଦକ୍ଷେପ ପାଇଁ ଅଞ୍ଚଳ ରେ ତାଙ୍କ ଅବଦାନକୁ ସିନାପାଲି ଚିର ସ୍ମରରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଛନ୍ତି।