
ହଜି ଗଲା ମାନବିକତା ସରି ଗଲା ମଣିଷ ପଣିଆ ଏମିତି ହୃଦୟ ବିତାରକ ଦୃଶ୍ୟ ସାମ୍ନା କୁ ଆସିଛି ପଦ୍ମପୁର ବ୍ଲକ ମହୁଲପାଲି ଅଞ୍ଚଳ ରୁ । ଗୋଟିଏ ନିଷ୍ଠୁର ପୁଅ କୁ ଜନ୍ମ କରି ବୃଦ୍ଧାବସ୍ଥା ରେ ଖୋଜୁଛନ୍ତି ରହିବାର ଠିକଣା । ତେବେ ଦୁଇ ଦିନ ହେବ ବୃଦ୍ଧ ଦମ୍ପତିଙ୍କୁ ମଦ ପିଇ ଟଙ୍କା ମାଗୁଛି ପୁଅ ବୃଦ୍ଧ ଦମ୍ପତି ଟଙ୍କା ନଦେବାରୁ ତଣ୍ଟି ଚିପି ମାଡ଼ ମାରୁଥିବା ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି । ଏହି ଘଟଣା ପଡୋଶୀ ଏବଂ ୱାର୍ଡ ସଭ୍ୟଙ୍କ ନଜରକୁ ଆସିବା ପରେ ସେମାନେ ନିଜ ଗାଁ ର ଏକ ଘରେ ରଖି ସ୍ଥାନୀୟ ସରପଞ୍ଚ ଙ୍କୁ ଜଣାଇଥିଲେ ପରେ ସରପଞ୍ଚ ଆସି ଗାଇସିଲେଟ ସ୍ଥିତ ସମାଜସେବି ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା କୀର୍ତ୍ତନ ଦାସଙ୍କୁ ଯୋଗାଯୋଗ କରିଥିଲେ । ସମୀର ବୃଦ୍ଧା ଶ୍ରମରେ ଉଭୟ ବୃଦ୍ଧ ଦମ୍ପତିଙ୍କୁ ରଖିବା ପାଇଁ କହିଥିଲେ। ପରେ ଗାଇସିଲେଟ କୁ ଆସି କୀର୍ତ୍ତନ ଦାସ ଙ୍କ ସହ ଯୋଗାଯୋଗ କରି ଲୋଇସିଂହା ଥାନା ଅନ୍ତର୍ଗତ ରାଜ ଆଗଲପୁର ଫାଣ୍ଡି ବାଗଝୁଲା ସ୍ଥିତ ସମୀର ବୃଦ୍ଧା ଶ୍ରମରେ ବୁଦ୍ଧ ଦମ୍ପତିଙ୍କୁ ରଖା ଯାଇଛି ।