
ହୀରାକୁଦ ଜଳଭଣ୍ଡାରକୁ କମିଛି ବନ୍ୟା ଜଳ ପ୍ରବେଶ । ଏବେ ୪୦ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ଛାଡ଼ିଥିବା ୧୪ଟି ଗେଟ୍ର ବନ୍ୟା ପାଣି ଆଜି ମୁଣ୍ଡଳୀରେ ପହଞ୍ଚିଛି । ଏବେ ମୁଣ୍ଡଳୀ ଦେଇ ପାସ କରୁଛି ୧୦ ଲକ୍ଷ ୧୦ ହଜାର ୬୨୫ କ୍ୟୁକେସ୍ ବନ୍ୟା ପାଣି । ବିପଦ ସଙ୍କେତ ତଳେ ବନ୍ୟା ପାଣି ପ୍ରବାହିତ ହେଉଛି । ସେହିପରି ନରାଜ ଦେଇ ମହନଦୀରେ ପ୍ରବାହିତ ହେଉଛି ୪ଲକ୍ଷ ୯୩ହଜାର ୪୭୫ କ୍ୟୁସେକ୍ ପାଣି ।ନରାଜଠାରେ ବି ବିପଦ ସଙ୍କେତ ୨୬.୪୧ ଫୁଟ୍ ତଳେ ପ୍ରବାହିତ ହେଉଛି ବନ୍ୟା ପାଣି । ଏବେ ମହାନଦୀର ଜଳସ୍ତର ରହିଛି ୨୬.୯୫ ଫୁଟ୍ । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୪.୬୯ ଫୁଟ୍ । ଏବେ କମ୍ ପାଣି ପ୍ରବେଶ କରୁଥବା ବେଳେ ଅଧିକ ପାଣି ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ଲକ୍ଷ ୪୦ ହଜାର ୧୨୦ କ୍ୟୁସେକ୍ ବନ୍ୟା ପାଣି । ୪୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ୬ଲକ୍ଷ ୭୪ହଜାର ୮୬୮ କ୍ୟୁସେକ୍ ପାଣି ।