
ଗତ ୧୦ ତାରିଖ ପରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଛି । ଏହାର ପ୍ରଭାବ ପଡ଼ିଛି ରାଜ୍ୟର ପରିବା ବଜାର ଉପରେ । ୨ ଦିନ ହେବ ପରିବା ଦରରେ ଏକ ପ୍ରକାର ନିଆଁ ଲାଗିଛି । ପ୍ରାୟ ସବୁ ପରିବା ଦର ୬୦ ଟଙ୍କା ଉପରେ । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ବନ୍ୟା ଯୋଗୁ ଫସଲ ହାନି ହେବା ଆଶଙ୍କା ରହିଛି । ତେଣୁ ଆଗକୁ ଦର ଆହୁରି ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ ।