ସପ୍ତାହକରେ ୨ୟ ଘଟଣା, ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ସପ୍ତାହକରେ ୨ୟ ଘଟଣା, ମେଡିକାଲ ଛାତରୁ ଡେଇଁ ରୋଗୀ ମୃତ

ଚାରି ମହଲା ଉପର ତଳକୁ ଡେଇଁପଡିଲେ ରୋଗୀ । ଆଉ ତଳେ ପଡି ଚାଲିଗଲା ରୋଗୀର ଜୀବନ । ମୃତକ ପରଜଙ୍ଗ ଥାନା ଲୋଧଣି ଗାଁର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ଅଘଟଣା ଦେଖିବାକୁ ମିଳିଛି । ଦୁର୍ଯ୍ୟୋଧନଙ୍କୁ  ବୁଧବାରଠୁ ପରିବାର ପକ୍ଷରୁ ମୁଣ୍ଡ ବୁଲାଇବା ଯୋଗୁଁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗୁରୁବାର ଭୋର ପ୍ରାୟ ସାଢେ ୪ଟା ସମୟରେ ଦୁର୍ଯ୍ୟୋଧନ ହଠାତ୍‌ ବେଡ୍‌ରୁ ଉଠି ଝରକା ପଟେ ତଳକୁ ଡେଇଁ ପଡିଥିଲେ । ଯାହାଫଳରେ ତାଙ୍କର ଜୀବନ ଚାଲିଯାଇଛି । ତେବେ ଏକ ସପ୍ତାହ ମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହା ଦ୍ୱିତୀୟ ଘଟଣା ।ସେପଟେ ଏହି ଅଘଟଣ ପାଇଁ ସୁରକ୍ଷାକର୍ମୀଙ୍କ ଅବହେଳାକୁ ଦୀୟ କରିଛନ୍ତି ମୃତ ଦୁର୍ଯ୍ୟୋଧନଙ୍କ ପରିବାର । ତେବେ ଦୁର୍ଯ୍ୟୋଧନ କଣ ପାଇଁ ଡେଇଁଲେ, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *