
ଆସନ୍ତା ୩୧ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ ୧୬ଟି ଦେଶର ପ୍ରତିନିଧି । ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି । ସେନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ମୁଖ୍ୟମନ୍ତ୍ରୀ ଜଣାଇବେ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମେକ୍ ଇନ୍ ଓଡିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବା ବେଳେ ଦ୍ବିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା । ଏବେ ତୃତୀୟ ସଂସ୍କରଣ ଦିଲ୍ଲୀରେ ହେବାକୁ ଯାଉଛି । ଏହି ନିବେଶ ସଂସ୍କରଣରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି FICCI । ଦୁବାଇରୁ ୨୧ହଜଜାର ୩ଶହ କୋଟି ଟଙ୍କାର ପୁଞ୍ଜି ଆସିଛି । ଅନେକ ଶିଳ୍ପପତିମାନେ ୨୦୧୬ରୁ ମେକ ଇନ ଓଡିଶା କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ।