ସଫ୍ଟଓ୍ୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଠାବ

ସଫ୍ଟଓ୍ୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଠାବ

ଘରେ ଲାଗିଥିବା ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଆଉ କଣ ? ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ପ୍ରେମ ପାଇଁ ଜୀବନ ହାରିଥିବା ନେଇ ସନ୍ଦେହ କରୁଛି ।

ଏନେଇ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଡାକି ଥାନାରେ ଜେରା କରିଛି । ଚନ୍ଦ୍ରେଶଖରପୁର ଅଞ୍ଚଳରେ ଆପାର୍ଟମେଣ୍ଟରୁ ଠାବ ହୋଇଛି ମୃତ ଯୁବତୀ ନାମ ଶ୍ୱେତ ଉତ୍କଳ କୁମାରୀ ଙ୍କ ଝୁଲନ୍ତା ମୃତଦେହ ।

ଶ୍ୱେତା ଉତ୍କଳ କୁମାରୀ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବ କାମ କରନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *