
ଜେଲରୁ ମୁକୁଳିଲେ ଘରୋଇ ଟିଭି ଚ୍ୟାନଲରେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ। ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିବା ସମୟର ଜେଲ ପରିସରରେ ଜନଗହଳି ଲାଗ ରହିଥିଲା। ଶହ ଶହ ପ୍ରଶଂସକ ହାତରେ ଫଳମାଳ ଧରି ଅର୍ଦ୍ଧେନ୍ଦୁଙ୍କ ଅପେକ୍ଷା କରି ରହିଥିଲେ। ଅର୍ଦ୍ଧେନ୍ଦୁ ଜେଲରୁ ବାହାରିବା ପରେ ଫୁଳମାଳ ପକାଇ ସମ୍ବର୍ଦ୍ଧନା ଦେଇ ପ୍ରଶଂସକମାନେ ପାଛୋଟି ନେଇଥିଲେ। ଶୁକ୍ରବାର ଦିନ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ। ୨୦ ଲକ୍ଷ ଟଙ୍କା ଜମା ଦେଇ ଜାମିନରେ ଯାଇ ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଅନ୍ୟାନ୍ୟ ସର୍ତ୍ତ ଲଗାଇଛନ୍ତି ହାଇକୋର୍ଟ। ଏହି ମାମଲା ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।।