ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ । ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନିତ ହେବେ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀରେ ଆସନ୍ତା ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ସମ୍ମାନିତ କରାଯିବ । ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ପ୍ରଦାନ କରିଛନ୍ତି ।ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରିଚାଳନା, କ୍ରାଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରତିଷ୍ଠିତ ସଂସ୍ଥା ପକ୍ଷରୁ ସମ୍ମାନୀତ କରାଯାଇଛି । ଏହିକ୍ରମରେ ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନୀତ କରାଯିବ । ଏଥିପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *