କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ପୁଣି ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ପୁଣି ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ଆସିବା ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। କ୍ରମାଗତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉତ୍‌ଥାନ ପତ୍ତନ ଲାଗି ରହିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବଙ୍କୁ ୧୦୦ ଡିଗ୍ରୀ ଜ୍ୱର ଆସିଛି, ଯାହାଫଳରେ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରୁ ନ କାଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦିଓ ରାଜୁ ଶ୍ରୀବାସ୍ତବଙ୍କ ହାର୍ଟ ବିଟ୍‌, ବିପି ଓ ଅକ୍ସିଜେନ୍‌ ଲେବଲ ଏବେ ନର୍ମାଲ ରହିଛି। କମେଡିଆନ ରାଜୁ ଶ୍ରୀବାସ୍ତବ ଗତ ୨୩ ଦିନ ହେବ ଏମ୍ସ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ସେ ହୋଶ୍‌ରେ ଅଛନ୍ତି ଏବଂ ତାଙ୍କ ହାତଗୋଡ଼ର ହଲଚଲ ସାମାନ୍ୟ ବଢ଼ିଛି। ମଙ୍ଗଳବାର ଅଳ୍ପ ସମୟ ପାଇଁ ତାଙ୍କୁ ଭେଣ୍ଟିଲେଟରରୁ କଢ଼ାଯାଇଥିଲା। କିନ୍ତୁ ଏବେ ପୁଣିଥରେ ଭେଣ୍ଟିଲେଟରକୁ ନିଆଯାଇଛି। ରିପୋର୍ଟ ମୁତାବକ, ରାଜୁ ନିଜେ ୮୦/୯୦ ପ୍ରତିଶତ ପ୍ରାକୃତିକ ଅମ୍ଳଜାନ ଗ୍ରହଣ କରୁଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି। ଅଗଷ୍ଟ ୨୫ରେ ରାଜୁ ଶ୍ରୀବାସ୍ତବଙ୍କୁ ହୋଶ୍‌ ଆସିଥିଲା। ହେଲେ ଏମ୍ସରେ ଭର୍ତ୍ତି ହେବା ପରଠାରୁ ସେ ହୋଶ୍‌ରେ ନ ଥିଲେ। ଅଗଷ୍ଟ ୯ରେ ରାଜୁ ଶ୍ରୀବାସ୍ତବ ଦିଲ୍ଲୀରେ ଏକ ହୋଟେଲରେ ରହିଥିଲେ। ଏହି ସମୟରେ ସେ ହୋଟେଲ ଜିମ୍‌ରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ରାଜୁଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *