
ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା । ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ସେହିପରି ଦାଉଦର ସହଯୋଗୀ ଛୋଟା ସକିଲ୍ ନାଁରେ ୨୦ ଲକ୍ଷ ପୁରସ୍କାର ଘୋଷଣା ହୋଇଛି । ଅନ୍ୟ ଆତଙ୍କବାଦୀ ଅନୀସ୍ ଇବ୍ରାହିମ୍, ଜାଭେଦ୍ ଚିକନା ଓ ଟାଇଗର୍ ମେମନ୍ ପାଇଁ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛି ଏନଆଇଏ । ଦାଉଦ୍ ଇବ୍ରାହିମ୍ ଓ ଅନ୍ୟ ସହଯୋଗୀ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ ଓ ଅଲା କାଏଦା ସହ ସକ୍ରିୟ ସହଯୋଗରେ କାମ କରୁଥିବା କହିଛି ଏନଆଇଏ । ପାକିସ୍ତାନ କରାଚିରେ ଲୁଚିଥିବା ଦାଉଦ ଇବ୍ରାହିମ ଭାରତରେ ମୋଷ୍ଟ ଓ୍ଵାଣ୍ଟେଡ ଅପରାଧୀ। ୧୯୯୩ ମୁମ୍ବାଇ ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ ଥିଲା ଦାଉଦ ଇବ୍ରାହିମ। ପାକିସ୍ତାନ ଏଜେନ୍ସି ଓ ଆତଙ୍କବାଦୀ ସଂଗଠନ ସହ ମିଶି ଆତଙ୍କାବାଦୀ ଆକ୍ରମଣ ଯୋଜନା କରିବାରେ ମଧ୍ୟ ଦାଉଦ ସାମିଲ ଅଛି। ଏକାଧିକ ମାମଲାରେ ଦାଉଦକୁ ଖୋଜୁଛି ଭାରତ।