ସାପୋର୍‌ ଏନ୍‌କାଉଣ୍ଟର୍‌: ୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

ସାପୋର୍‌ ଏନ୍‌କାଉଣ୍ଟର୍‌: ୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ଆଜି ପୁଲିସ କହିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ବାରମୂଳା ଜିଲ୍ଲାର ସୋପୋର୍‌ ନଗରୀ ଅନ୍ତର୍ଗତ ବୋମାଇ ଅଞ୍ଚଳରେ ବୁଧବାର ରାତିରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ’ ସହିତ ସଂଶ୍ଳିଷ୍ଟ ଥିବା ଉକ୍ତ ଆତଙ୍କବାଦୀ ଦୁହେଁ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ।

Leave a Reply

Your email address will not be published. Required fields are marked *