ସୋନିଆ ଗାନ୍ଧିଙ୍କ ମା’ଙ୍କ ପରଲୋକ

ସୋନିଆ ଗାନ୍ଧିଙ୍କ ମା’ଙ୍କ ପରଲୋକ

କଂଗ୍ରେସ ଅଧ୍ୟକ୍ଷ‌ା ସୋନିଆ ଗାନ୍ଧିଙ୍କ ମା’ ପାଓଲା ମାଇନୋଙ୍କର ଗତ ଶନିବାର ( ଅଗଷ୍ଟ ୨୭) ଦିନ ପରଲୋକ ଘଟିଛି। ଇଟାଲି ସ୍ଥିତ ବାସଭବନରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପାଓଲା ମାଇନୋଙ୍କର ୯୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ରବିବାର ଦିନ ତାଙ୍କର ଶେଷ ସଂସ୍କାର ସମ୍ପନ୍ନ ହୋଇଛି। ଆଜି କଂଗ୍ରେସ ଦଳ ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ଏଆଇସିସି ସାଧାରଣ ସଚିବ ଜୟରାମ ରମେଶ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନିଆଙ୍କ ମା’ଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ସୋନିଆ ତାଙ୍କ ଅସୁସ୍ଥ ମା’ଙ୍କୁ ଭେଟିବାପାଇଁ ଅଗଷ୍ଟ ୨୩ ତାରିଖରୁ ଇଟାଲି ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସୋନିଆଙ୍କ ସହ ଇଟାଲି ଗସ୍ତରେ ଅଛନ୍ତି।

Leave a Reply

Your email address will not be published. Required fields are marked *