ଚର୍ଚ୍ଚାରେ ଭଗବାନ ଗଣେଶଙ୍କ ଆଧାରକାର୍ଡ, ସ୍କାନ୍ କର ମୂର୍ତ୍ତି ଦେଖ

ଚର୍ଚ୍ଚାରେ ଭଗବାନ ଗଣେଶଙ୍କ ଆଧାରକାର୍ଡ, ସ୍କାନ୍ କର ମୂର୍ତ୍ତି ଦେଖ

 ଏବେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି, ବିଘ୍ନରାଜ ଶ୍ରୀ ଗଣେଶ। ୨ବର୍ଷ ପରେ ପୂଜାକୁ ନେଇ ସାରା ଦେଶ ଚଳଚଞ୍ଚଳ । ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ବପ୍ପାଙ୍କର ଆକର୍ଷଣୀୟ ପ୍ରତିମା ଓ ତୋରଣ ଦେଖିବାକୁ ମିଳିଛି।  ତେବେ ଲୋକଙ୍କୁ ଆକୃଷ୍ଟ କରିଛି ପ୍ରଭୁ ଗଣେଶଙ୍କ ଆଧାର କାର୍ଡ । ସାଧାରଣ ମଣିଷଙ୍କ ଆଧାରକାର୍ଡ ପରି ବପ୍ପାଙ୍କର ବି ତିଆରି ହୋଇଛି ଆଧାରକାର୍ଡ । ଆଉ ସେଥିରେ ନାଁ ଠିକଣା ମଧ୍ୟ ରହିଛି । ଝାଡଖଣ୍ଡର ଜାମସେଦପୁରର ସାକଚୀ ବଜାରର ଏକ ମଣ୍ଡପରେ ଗଣେଶଙ୍କ ଆଧାରକାର୍ଡ ତିଆରି ହୋଇଛି। ଯାହା ଏବେ ଚର୍ଚ୍ଚାରେ ରହିଛି । କିଛି ଭିନ୍ନ ଚିନ୍ତା କରି ଗଣେଶଙ୍କ ପାଇଁ ତିଆରି ହୋଇଛି ଆଧାରକାର୍ଡ। ଆଉ ତାକୁ ଭଲରେ ଦେଖିଲେ ଜାଣି ପାରିବେ ଯେ,  ଆଧାରକାର୍ଡକୁ ଭିତରେ ପୂଜା ପାଉଛନ୍ତି ଗଣପତି । ଆଧାରକାର୍ଡରେ ଭଗବାନ ଗଣେଶଙ୍କ ଫଟୋ ସହ ତାଙ୍କ ଆଧାର ନମ୍ବର ରହିଛି । ସେଥିରେ ଲେଖା ଅଛି  ତାଙ୍କ ଜନ୍ମ ଷଷ୍ଠ ଶତାବ୍ଦୀ, ଗଣେଶଙ୍କ ପିତାଙ୍କ ନାଁ ମହାଦେବ, ଠିକଣା କୈଳାସ ପର୍ବତର ଟପ୍ ଫ୍ଲୋର, ଆଉ ପିନ୍ କୋର୍ଡ ରହିଛି ୦୦୦୦୦୧। ଯାହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆଧାରକାର୍ଡକୁ ସ୍କାନ କଲା ପରେ ଭଗବାନ ଗଣେଶଙ୍କ ଫଟୋ ଆସିଯାଉଛି । ଯେଉଁଠାରେ ଲୋକମାନେ ନିଜ ଫୋନରେ ଭଗବାନଙ୍କୁ ଦର୍ଶନ କରିପାରୁଛନ୍ତି । ଏହି ଆଧାରକାର୍ଡ ଜରିଆରେ ପୂଜା ପ୍ରଶାସନ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି । ଗଣେଶଜୀଙ୍କର ଆଧାର କାର୍ଡ ରହିଛି। ଆଉ ଯେଉଁମାନେ ଆଧାରକାର୍ଡ ତିଆରି କରିନାହାନ୍ତି ଶୀଘ୍ର ତିଆରି କରିନିଅନ୍ତୁ । କାରଣ ଆଧାରକାର୍ଡ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ।

Leave a Reply

Your email address will not be published. Required fields are marked *