ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୃତ ମୀନାକ୍ଷୀ

ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୃତ ମୀନାକ୍ଷୀ

ସଦ୍ୟ ଘୋଷିତ ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହରର ଟାଣୁଆ ନେତ୍ରୀ ସ୍ବର୍ଗତାଃ ମୀନାକ୍ଷୀ ମିଶ୍ର। ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଜୋର୍‌ ଧରିଛି। ସାଂଗଠନିକ ତାଲିକାରେ ଜଣେ ମୃତ ମହିଳାଙ୍କ ନାମ କିଭଳି ରହିଲା ଏବଂ ତାଲିକା ପ୍ରକାଶ ପୂର୍ବରୁ ଦଳ କିଭଳି ଜାଣିପାରିଲା ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।୨୦୨୦ ଫେବ୍ରୁଆରି ୧୨ତାରିଖରେ ବିଜେଡିର ଏହି ଟାଣୁଆ ନେତ୍ରୀ ନ୍ୟାୟ ପାଇବା ପାଇଁ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଦେଇଥିଲେ।ଜୀବିତାବସ୍ଥାରେ ଦଳ ମୀନାକ୍ଷୀଙ୍କୁ ସୁରକ୍ଷା ଦେଇପାରିନଥିବା ବେଳେ ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ କିପରି ମନେ ପକାଇଲା ତାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *