
ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡସେନ ସୋସାଇଟି ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସାଂସଦ, ଯୁବ-ଛାତ୍ର-ମହିଳା କର୍ମକର୍ତ୍ତା ସାମିଲ ହେବେ । ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଫେରିବା ପରେ ସମ୍ବର୍ଦ୍ଧନା ଦିଆଯିବ । ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର କଥା ।