ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ସେନା।

ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ସେନା।

ନୂଆଦିଲ୍ଲୀ,୩୦/୦୧: ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ସେନା। ଏବେ ଶତ୍ରୁ ବଞ୍ଚି ପାରିବେନି ଭାରତୀୟ ଯବାନଙ୍କ ଠୁ । ଏବେ ଭାରତୀୟ ସେନାକୁ  ଇସ୍ରାଏଲ ଠାରୁ ୬,୦୦୦ ନେଗେଭ୍‌ ଲାଇଟ୍‌ ମେସିନ୍‌ ଗନ୍ ମିଳିଛି ।

ଜାନୁଆରୀ ମାସରେ ଏହି ଗନ୍ ଗୁଡିକୁ ଭାରତକୁ ହସ୍ତାନ୍ତର କରାଯାଇଥିଲା ,ଏବେ ଜବଲପୁରରେ ଏସବୁର ଯାଞ୍ଚ ଚାଲିଛି ।।

ପ୍ରଥମେ ଭାରତୀୟ ସେନାର ଉତ୍ତର କମାଣ୍ଡକୁ ଏହି ଗନ୍‌ ମିଳିବ । ଏହି କମାଣ୍ଡକୁ ଗନ୍‌ର ବ୍ୟବହାର କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଭାରତ ଗତ ବର୍ଷ ଇସ୍ରାଏଲ ଠାରୁ ଏଭଳି ୧୬.୪୭୯ଟି ଗନ୍‌ କିଣିବା ପାଇଁ ଚୁକ୍ତି କରିଥିଲା । ଅନ୍ୟ ମେସିନ ଗନ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଭାରତକୁ ମିଳିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *