ଭୁବନେଶ୍ବରରୁ କଟକକୁ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବରରୁ କଟକକୁ ମେଟ୍ରୋ ଟ୍ରେନ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗ୍ରହ ଦେଖାଇଛନ୍ତି। ଏନେଇ ସେ ମେଟ୍ରୋ ରେଳ ନୀତି-୨୦୧୭ ବିଷୟରେ ନଗର ଉନ୍ନୟନ ମନ୍ତ୍ରାଳୟର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିବା ନିଜର ଟୁଇଟରରେ ଉଲ୍ଲେଖ କରିଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି, ଟ୍ୱିନ୍‌ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋ ଟ୍ରେନ୍‌ର ଆବଶ୍ୟକତା ରହିଛି, ମୁଁ ନିଜେ ମଧ୍ୟ ଏନେଇ ଗୃହ ନିର୍ମାଣ ଓ ସହରୀ ବ୍ୟାପାର  ମନ୍ତ୍ରାଳୟକୁ ଚିଠି ଲେଖି ଅନୁରୋଧ କରିସାରିଛି। ଆବଶ୍ୟକୀୟ ସହାୟତା ପାଇଁ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ଚିଠି ଲେଖିଛି। ଐତିହ୍ୟ ସହର ଭୁବନେଶ୍ବରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ନେଇ ୧୬ତମ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ। ଏ ନେଇ ଶାସକ ବିଜେଡି ବି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେଣୁ ସମସ୍ତେ ଆଶା ରଖିଥିଲେ ଦୈତନଗରୀରେ ମେଟ୍ରୋ ଟ୍ରେନ୍ ଗଡ଼ିବ। ମାତ୍ର ଏହି ଘୋଷଣା କେବଳ ସ୍ବପ୍ନରେ ହିଁ ରହିଯାଇଛି।

Leave a Reply

Your email address will not be published. Required fields are marked *