ପୁଣି ଭାସିଲା ଅସ୍ଥାୟୀ ସୁରକ୍ଷା ବାଡ଼, ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ

ପୁଣି ଭାସିଲା ଅସ୍ଥାୟୀ ସୁରକ୍ଷା ବାଡ଼, ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ

ପୁଣି ଅଶାନ୍ତ ହୋଇ ଉଠିଛି ସମୁଦ୍ର I ପୁରୀ-କୋଣାର୍କ ବେଳାମାର୍ଗ ଅସ୍ଥାୟୀ ସୁରକ୍ଷା ବାଡ଼ ସମୁଦ୍ର ଜୁଆର ମାଡ଼ରେ ଧୋଇଯାଇଛି I ବାଲିବସ୍ଥା, କାଠ ବଲହାକୁ ଭସାଇନେଇଛି I ଅସୁରକ୍ଷିତ ହୋଇପଡିଛି ବେଳାମାର୍ଗ I ଚନ୍ଦ୍ରଭାଗରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ 3କିମି ଏହି ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି ବାରମ୍ବାର  ସମୁଦ୍ର ଅଶାନ୍ତ ହୋଇ କୂଳ ଲଙ୍ଘିବା ସହିତ ମୁଖ୍ୟ ରାସ୍ତା ପାର୍ଶ୍ୱକୁ ମାଡି ଆସୁଛି I ଗତ ସେପ୍ଟେମ୍ୱର ୧୧ ତାରିଖରେ ସମୁଦ୍ର ଉଚ୍ଚ ଜୁଆର ମାଡ଼ରେ ରାମଚଣ୍ଡୀ ମୁହାଣ ନିକଟ ବେଳାମାର୍ଗ ସୁରକ୍ଷା ପ୍ରାଚୀର ଧସିଯାଇଥିଲା I ପ୍ରାଚୀର ଭାଙ୍ଗି ବଡ଼ ବଡ଼ ପଥର ଖଣ୍ଡ ସବୁ ବେଳାଭୂମିରେ ପଡିରହିଥିଲା  I ତୁରନ୍ତ ଏନଏଚଏଆଇ ପକ୍ଷରୁ ବାଲିବସ୍ଥା ପକାଇ ଅସ୍ଥାୟୀ ସୁରକ୍ଷା ବାଡ଼ ନିର୍ମାଣ ହୋଇଥିଲା I ହେଲେ ଏବେ ଏହା ସୁରକ୍ଷିତ ରହୁନି I ସମୁଦ୍ର ଜୁଆର ସିଧାସଳଖ ମୁଖ୍ୟ ରାସ୍ତାକୁ ଗିଳିବାକୁ ବସିଥିବା ବେଳେ ଇକୋ ରିଟ୍ରୀଟ ରାସ୍ତା ପ୍ରାୟ  ଅଧା ଧସିଗଲାଣି I ଆଉ କିଛି ଦିନ ଗଲେ ରାସ୍ତା ସମ୍ପୂର୍ଣ ଧୋଇଯିବା ଆଶଙ୍କା ଦେଖାଦେଇଛି I ଏହି ରାସ୍ତା ଉପରେ ନିର୍ଭର କରୁଥିବା ପର୍ଯ୍ୟଟକ ସ୍ଥାନୀୟ ଗ୍ରାମବାସୀ ମାନେ ଏବେ  ଚିନ୍ତାରେ ପଡିଛନ୍ତି । ଚନ୍ଦ୍ରଭାଗାରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ  ତୁରନ୍ତ ଜିଓ ସିଂଥେଟିକ ୱାଲ ତଥା ସୁରକ୍ଷା ପାଚେରୀର ଆବଶ୍ୟକତା ରହିଛି I

Leave a Reply

Your email address will not be published. Required fields are marked *