ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍

ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳରେ ବସ୍ ଦୁର୍ଘଟଣା। ବିଳମ୍ୱିତ ରାତିରେ ଏକ ସରକାରୀ ବସ୍ ଅଡବା ଥାନା ନଳାଘାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୮ଯାତ୍ରୀ। ବସ୍ ଟି ମାଲକାନଗିରି ଜିଲ୍ଲା ମୋଟୁ ରୁ ଭୁବନେଶ୍ୱର ଆସୁଥିଲା । ଘନ କୁହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଅଡବା ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଯାତ୍ରୀ ମାନଙ୍କୁ ଅନ୍ୟ ଏକ ବସ୍ ରେ ଯିବା ବ୍ୟବସ୍ଥା କରିଛି ପୋଲିସ।

Leave a Reply

Your email address will not be published. Required fields are marked *