
ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା କର୍ଣ୍ଣାଟକରେ ପହଞ୍ଚିଛି । ଏହି ସମୟରେ ରାସ୍ତା ମଝିରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଏବଂ ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ସହ ରାହୁଲ ଏକ ପୁସ୍-ଅପ୍ ଚ୍ୟାଲେଞ୍ଜ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ ରାସ୍ତାରେ ଜଣେ ସ୍ଥାନୀୟ ଶିଶୁ ମଧ୍ୟ ଏହି ଚ୍ୟାଲେଞ୍ଜରେ ସାମିଲ ହୋଇଥିଲେ । ଭାଇରାଲ ହୋଇଥିବା ଏହି ଭିଡିଓକୁ କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି । ଭିଡିଓରେ ରାହୁଲ ଗାନ୍ଧି ରାସ୍ତାରେ ଯାଉଥିଲେ। ଏହି ସମୟରେ, ହଠାତ୍ ତାଙ୍କୁ ଆସି ଶିଶୁଟିଏ ଭେଟେ । ସେ ରାହୁଲ ଗାନ୍ଧୀଙ୍କ ପୁସ୍-ଅପ୍ ଚ୍ୟାଲେଞ୍ଜ ଦେଇଥିଲେ । ଡି.କେ ଶିବକୁମାର ଏବଂ କେସି ଭେନୁଗୋପାଲ ମଧ୍ୟ ଏହି ଚ୍ୟାଲେଞ୍ଜରେ ଯୋଗ ଦେଇଥିଲେ । ଦଳ ସେୟାର କରିଥିବା ଭିଡିଓରେ ଡି.କେ ଶିବକୁମାର ପ୍ରଥମେ ପରାଜୟ ସ୍ୱୀକାର କରିଛନ୍ତି । କିଛି ସମୟ ପରେ କେସି ଭେନୁଗୋପାଲ ମଧ୍ୟ ପରାଜୟ ସ୍ୱୀକାର କରିଥିଲେ । ତେବେ କେବଳ ରାହୁଲ ଗାନ୍ଧୀଙ୍କ ପୁସ୍ ଅପ୍ ସଂପୂର୍ଣ୍ଣ ଠିକ୍ ଥିଲା ।ଭିଡିଓ ଟ୍ୱିଟ୍ କରି ରଣଦୀପ ସିଂ ସୁରଜେୱାଲା ଲେଖିଛନ୍ତି ଯେ ଗୋଟିଏ ସଂପୂର୍ଣ୍ଣ ଏବଂ ଦୁଇ ଅଧା ପୁସ୍-ଅପ୍ ! ଚ୍ୟାଲେଞ୍ଜର ଶେଷରେ ରାହୁଲ ଗାନ୍ଧୀ ବାଳକ ସହିତ ହାତ ମିଳାଉଛନ୍ତି ।