୭ ଓଏଏସ୍‌ ଅଧିକାରୀଙ୍କ ବଦଳି

୭ ଓଏଏସ୍‌ ଅଧିକାରୀଙ୍କ ବଦଳି

୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କର ବଦଳି ହୋଇଛି। ସରକାରୀ ଉଦ୍ୟୋଗ ବିଭାଗର ସ୍ବତନ୍ତ୍ର ସଚିବ ଶିବ ନାରାୟଣ ନନ୍ଦଙ୍କୁ ରାଜସ୍ବ ପର୍ଷଦ ଅଧୀନସ୍ଥ ଭୁବନେଶ୍ବରର ଅତିରିକ୍ତ ରିଭିଜ୍‌ନାଲ୍‌ କୋର୍ଟର ଅତିରିକ୍ତ କମିସନର୍‌ ଭାବେ ବଦଳି କରାଯାଇଛି। କଟକର ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଅତିରିକ୍ତ କମିସନର ଭାବେ ବଦଳି ହୋଇଥିଲା ବେଳେ କଟକର ଅତିରିକ୍ତ ଜିଲ୍ଲାପାଳ ଭାବେୁ ଶିବୁ ଟୋପୋଙ୍କୁ ନିଯୁକ୍ତି ମିଳିଛି। ନିହାର ରଞ୍ଜନ ଦାଶଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ସ୍ବତନ୍ତ୍ର ସଚିବ, କୃତିବାସ ରାଉତଙ୍କୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ, ବିବେକାନନ୍ଦ ସାହୁଙ୍କୁ ବନ୍ଦୋବସ୍ତ ଅତିରିକ୍ତ କମିସନର୍‌ ଓ ଦୁଃଖବନ୍ଧୁ ନାୟକଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି। ଏହା ସହ ୧୩୯ ଜଣ କନିଷ୍ଠ ଓଏଏସ୍‌ ଅଧିକାରୀଙ୍କର ମଧ୍ୟ ଅଦଳବଦଳ ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।

Leave a Reply

Your email address will not be published. Required fields are marked *