
ଉପରେ କୁକୁଡା ଖାଦ୍ୟ ଭିତରେ ଗଞେଇ ରଖି ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଲାଣ କାରବାର । ପୁଣି ବ୍ରହ୍ମପୁରରୁ ଜବତ ହେଲା ୨ ଟନ ଗଞ୍ଜେଇ । କୁକୁଡା ଖାଦ୍ୟ ଟ୍ରକରେ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ ।

କୋରାପୁଟରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ୨ ଟନ ଗଞ୍ଜେଇ ଜବତ ହୋଇଛି । ୧୬ନଂ ଜାତୀୟ ରାଜପଥର ବ୍ରହ୍ମପୁର କନିଷି ନିକଟରେ ସନ୍ଦେହ ହେବାରୁ ଗାଡିକୁ ଅଟକାଇ ଅବକାରୀ ବିଭାଗ ଯାଞ୍ଚ କରିଥିଲା ।
Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।।

ସେହି ଗାଡିରେ ଉପରେ କୁକୁଡା ଖାଦ୍ୟ ଓ ଭିତରେ ଥିଲା ୨ ଟନ ଗଞ୍ଜେଇ ଥିବାର ଦେଖାଯାଇଥିଲା । ଅବକାରୀ ବିଭାଗ ଡ୍ରାଇଭରକୁ ଅଟକ୍ ରଖି ପଚରାଉଚରା ଯାରି ରଖିଛି । ଗଞ୍ଜେଇ ଚାଲାଣର ଚେର କେତେ ଦୂର ଲମ୍ବିଛି ତାହା ଖୋଳତାଡ ପରେ ଜଣାପଡିବ ବୋଲି ବିଭାଗ କହିଛି ।