ଝରାଫୁଲ ମୃତ୍ୟୁ ମାମଲାରେ ରାକେଶ ସ୍ୱାଇଁକୁ ୫ ଦିନିଆରେ ରିମାଣ୍ଡରେ ନେବାକୁ  ପୋଲିସ  ଆବେଦନ

ଝରାଫୁଲ ମୃତ୍ୟୁ ମାମଲାରେ ରାକେଶ ସ୍ୱାଇଁକୁ ୫ ଦିନିଆରେ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ସସପେନ୍ସ ବଢିବାରେ ଲାଗିଛି । ଏବେବି ଅସ୍ପଷ୍ଟ ମୃତ୍ୟୁର କାରଣ । ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ପୋଲିସ୍ ଗିରଫ କରି ସରିଥିବା ବେଳେ ଏବେ କେବଳ ଅଭିଯୁକ୍ତର ବୟାନ୍ ଉପରେ ହିଁ ପୋଲିସ୍ ତଦନ୍ତ ଚଳାଇଛି ।

Adv -ଖୁବ ଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ।

ଝରାଫୁଲ ର ମୃତ୍ୟୁ ରହସ୍ୟ ଉପରୁ ପରଦା କାଢିବା ପାଇଁ ଯାଯପୁର ପୋଲିସ୍ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି । ଅଭିଯୁକ୍ତକୁ ଗିରଫ କରିବା ପରେ କୁଆଖିଆ ପୋଲିସ୍ ରାକେଶ କୁ କୋର୍ଟ ଚାଲାଣ କରିଛି ଏବଂ ରିମାଣ୍ଡ ଆବେଦନ ମଧ୍ୟ କରିଛି ।
ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବାରେ ଲାଗିଛି । ପୂର୍ବରୁ ଧର୍ମ ବିହାର ହୋଟେଲ ର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଏକ ଫାଷ୍ଟଫୁଡ୍ ଦୋକାନର ସିସିଟିଭିରେ କଏଦ୍ ହୋଇଛି ରାକେଶ ଓ ଝରାଫୁଲ ଖାଉଥିବାର ଦୃଶ୍ୟ ଯାହାକୁ ନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ପୋଲିସ୍ ।

Leave a Reply

Your email address will not be published. Required fields are marked *